ଗବଗାଣ୍ଡୁ
ଗଜାନନ ମିଶ୍ର
ଗବଗାଣ୍ଡୁ ଭାବିଲା କି କଣ
କହିଲା ଏଥର ପୁଣି ଲାଗିଲା!
ଶଳା, ଯାହା ତ ମାଇଲା, ମାଇଲା।
ମା ମଲା, ଭଂଜେଇ ଖାଇଲା,
ଦେଖିଲା, ହବ ନି ଯେବେ
ହଗିଦେଲା ଆଉ ପଳେଇଲା।
କହିହେଲା, ସବୁ ବଦଳିଗଲା।
ଛ ନ କହି ବୁଲିଲା,
ଏ ଶଳେ ବି ପଂଝେ ପଛକୁ ପଛ,
ନ ପରଖି ସତ ମିଛ ଧାଇଁଲେ
କୁହୁଡି ଭିତରେ ଆଉ
ମୁଣ୍ଡେଇଲେ ସବୁ ଝାମେଲା।
ଗବଗାଣ୍ଡୁ କହିଲା କି କଣ
ରଖିଦେଇ ଶୁଖା ଡାଙ୍ଗ ଗଲା।
ତପୋବନ, ଟିଟିଲାଗଡ, ବଲାଙ୍ଗିର
21/3/2019
This poem has not been translated into any other language yet.
I would like to translate this poem
The present politicians are cheating the people