ଧରୁ ନିଆଁ
ଲାଗୁ ଚିଆଁ
ଉଠୁ ଧୂଆଁ।
ଜୀବନକୁ
ଭାବୁଛ କଣ
ଖାଲି ଖଜାମୁଆଁ!
ନିଆଁରେ ପୋଡିହେବ ଯେତେ
ତିଆରି ହେବ ଚକାଚକ
ଭବିଷ୍ଯତ ସେତେ।
ଜୀବନଟା ତ ଖାଲି ନିଆଁ!
ଆଉ ନିଆଁର ଜୀବନରେ
କେମିତି କରିବା କାହାକୁ ପରତେ!
ନିଆଁ ଧୂଆଁ ଚିଆଁ
ସମୟ କରେ କିମିଆଁ।
This poem has not been translated into any other language yet.
I would like to translate this poem
Let the fire catches and let the life dazzles