ଏମିତି ଏ ଲୋକଙ୍କୁ ନେଇ
ପାରିବି କରି କଣ!
ଏ ସବୁ ତ ଚେତନାଶୂନ୍ୟ।
ଆମ୍ବ କହିଲେ
ବୁଝୁଛନ୍ତି ଡିମ୍ବ ।
ସାନକୁ
କହୁଛନ୍ତି ବଡ।
ଅନ୍ଧାରକୁ
ପୁଣି ଆଲୁଅ।
ଏମିତି ଏମାନେ
ନାହାନ୍ତି କୋଉଠି ବି।
ଆଉ ଏମାନଙ୍କ ପାଇଁ
ଏ ଗଳିମୋଡରୁ ମୁଁ ଦେଉଛି କରି
ରାସ୍ତାର ନାମ ରୂପ ପରିବର୍ତ୍ତନ ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
26/3/2019
This poem has not been translated into any other language yet.
I would like to translate this poem