ଯେଡେ ବଡ କହିଲେ ବି
ତୁମେ ତୁମଠି ଅତି ଛୋଟ
ଜଣା ତୁମକୁ।
ଟାକି ବସିଛନ୍ତି ଖୁଂପିରାଂପି
ଖିନଭିନ କରିବାକୁ ତୁମକୁ
କୁକୁର ଆଉ କାଉ।
ଯାଇଛ ଚଢି ଏତେବେଳକୁ
ଜୁଆରିଆ ସମୁଦ୍ରର ୩ ହଡି ଉପରକୁ,
ମୁହୂର୍ତ୍ତକ ପରେ ହେବ କଣ
ଜଣା ତୁମକୁ।
ତୁମ ନିଜର ଖୋଲାଦେହ
ତୁମ ନିଜର ଶତ୍ରୁ
ଭଲ ଭାବେ ଜଣା ତୁମକୁ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
28/3/2019
This poem has not been translated into any other language yet.
I would like to translate this poem