ଅହେଁରା/ ବାହେନି
ଗଜାନନ ମିଶ୍ର
ଅହେଁରା ହଉ କି ବାହେନି
ଗୁଟେ ନ ବୁଆ।
ଗୁଟେକର ଉପରେ ମଠିଆ, ଠେକି ରହେସି
ଆରୁ ଗୁଟେକର ଉପରେ ଭି ତୋ ରହେସି।
ବାହେନି ରହେସି ମୋର ମୁଡ ଉପରେ
ଅହେଁରା ରହେସି ଭୁଇଁ ଥି ଜେ କାଁ ହେଲା।
ମୁଡେ ରହେଲା ବାହେନି ବଏଲେ
ମାଏଟ, ପାଏନ, ଲୁହା, ପଖନ
ଜେନଟା ଭି ହଉ ବୁହି ନେମି ଜେନକେ
ବଲବ ହେନକେ।
ପୁଆଲ ହଉ କି ବସ୍ତା କି କପଡା
ଅହେଁରା ମାରି ଦେଇଛ ବଏଲେ
ହେଟା ରହେଲା ନ ଠେକି ମଠିଆଥି
ପାଏନ, ଗୁଡ, ଧାନ, ଚଉଲ, ଗୁରସ
କି ଆରୁ କାଣା କାଣା।
ନେଇଁ ହୁଅ ବନା
ଜେନ ନାଁରେ କହେଲେ ଭି
ହେତାର ଉପରେ ଉଡ ବାନା।
ତପୋବନ, ଟିଟିଲାଗଡ, ବଲାଙ୍ଗିର
5/5/2019
This poem has not been translated into any other language yet.
I would like to translate this poem