ବୁଝି ପାରୁନ, ଗାଳି କରୁଛ।
ବୁଝିଲାବେଳକୁ ନ ଥିବି ମୁଁ
ପସ୍ତେଇ ହେଉଥିବ।
ଖରାପ ଚିନ୍ତା ବି ନାଇଁ ମୋର,
ଖରାପ କାର୍ଯ୍ୟ କରିବା ବହୁତ ଦୂର।
ଯାହା କହୁଛ, କହିଯାଅ।
ଦେଖିବାକୁ ଲେଖିବାକୁ ଅଛି ସମୟ,
ଠିକଣାବେଳେ ତୁମଠିକି ଇ
ସବୁ ଫେରିବ।
ମତେ ଦେଖୁଛ? ଦେଖି ପାରୁଛ?
ଅଯଥାରେ ବାଇବିଛୋ ହେଉଛ
ମୂଲ୍ଯବାନ ସମୟ ନଷ୍ଟ କରୁଛ।
ବୁଝି ପାରୁ ନ, ଗାଳି କରୁଛ।
ବୁଝିଲାବେଳକୁ ତୁମଠି ବି
ଆଉ ନ ଥିବ ତୁମେ ଇ।
This poem has not been translated into any other language yet.
I would like to translate this poem