ବନ୍ଦକର ଅଙ୍କକଷା
ନାଇଁ କିଛି ଫଳ
ବାହାରିବାର ଉପାୟ।
ବନ୍ଦକର ନାଟକବାଜି
ଆଉ ଦିଅ ପ୍ରକୃତ
ତଥ୍ୟ ହେ ଅକ୍ଷୟ।
ଏଠି ଏତେ ଗରମ
ପୁଣି ଏଠି ଏତେ ଥଣ୍ଡା!
ଭାଜି ଦିଅ ନା।
ଗତାନୁଗତିକ ରାସ୍ତାରେ
ପୁଣି ଆଉ କେତେକଣ
ଦେଖାଇ କାହାକୁ ବି
ଭୟରେ ରଖ ନା।
ନାଇଁ ନନା,
ଆସୁଛ ତ ଆସ,
ମେଟାଇ ଦେବାକୁ
ସବୁ କଳା କାରନାମା।
ଅଛୁ ଏଇଠି
ଅପେକ୍ଷାରେ ତୁମର,
ସବୁ ଛାଡିଛୁଡି ଅଛୁ
କଷାକଷି ଧନ୍ଦାରେ
ଆମକୁ ଫଶାଇ ଦିଅ ନା।
ସୁବିଧା ଆଉ
ଅସୁବିଧା ଆମକୁ ଅଜଣା।
ଜଣାଶୁଣା ସବୁ
ଜଣେ ବି
ନୁହନ୍ତି ଯୋଗ୍ୟ
ଶୁଣିବାକୁ କି
କହିବାକୁ।
This poem has not been translated into any other language yet.
I would like to translate this poem