ପ୍ରଶ୍ନ ଇ ନାଇଁ Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ପ୍ରଶ୍ନ ଇ ନାଇଁ

1

ପ୍ରଶ୍ନ ଇ ନାଇଁ
ଗଜାନନ ମିଶ୍ର

ନାଇଁ, ଅଟକି ନାଇଁ
ମୁଁ କୋଉଠି।
ଅଟକିବାର ପ୍ରଶ୍ନ ଇ ନାଇଁ।

ମୁଁ ମୋର
ତାରାତୋଳାରେ
ବ୍ୟସ୍ତ ସଦାକାଳ।
ମୁଁ ମୋ ହାତରେ
ରଖିଥିବି ସକାଳ।

ପୂର୍ବରେ
ରଙ୍ଗୀନ ଆଲୁଅ,
ପଶ୍ଚିମରେ
ଶ୍ରଦ୍ଧାର ଜ୍ଞାନଦୀପ,
ଦକ୍ଷିଣର ପାହାଡ
ନେଉଥିବ ଯତ୍ନ,
ଉତ୍ତରରେ ମୁଁ ସ୍ଥିର।

ମୂଳରୁ ଇ ମୁଁ
ସମସ୍ତଙ୍କର ସବୁର।
କିଏ କଣ କହିଲା
ନ କହିଲା ନାଇଁ ଖାତିର।

ଆସ, ଦେଖ
ଆତ୍ମାର ଡାକ ଶୁଣ,
ଏଇଠି ମୁଁ,
ଏଇଟା ତପୋବନ,
ସଦା ଏଠି
ସମସ୍ତେ ପୂର୍ଣ୍ଣ ।

2

ସମୟର ଖେଳ
ଆଶା।
ସୁନ୍ଦରତା ଭିତରୁ
ଉପହାର ଆଣି
ପରସି ଦେବା
କାମ ଆଲୁଅର।
ସ୍ଥାନ ଆଉ ପାତ୍ର
ବଦଳେଇ ଠିଆ
ଆଶା ଆଗରେ ।
ସଶକ୍ତ ଆସେ ପୁଣି
କିଏ କୋଉଠୁ
କହିବାକୁ ଦରକାର
ଆହୁରି ନିଆଁ ଜାଳିବା।

POET'S NOTES ABOUT THE POEM
Language - odia,script - brahmi
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success