1
ପ୍ରଶ୍ନ ଇ ନାଇଁ
ଗଜାନନ ମିଶ୍ର
ନାଇଁ, ଅଟକି ନାଇଁ
ମୁଁ କୋଉଠି।
ଅଟକିବାର ପ୍ରଶ୍ନ ଇ ନାଇଁ।
ମୁଁ ମୋର
ତାରାତୋଳାରେ
ବ୍ୟସ୍ତ ସଦାକାଳ।
ମୁଁ ମୋ ହାତରେ
ରଖିଥିବି ସକାଳ।
ପୂର୍ବରେ
ରଙ୍ଗୀନ ଆଲୁଅ,
ପଶ୍ଚିମରେ
ଶ୍ରଦ୍ଧାର ଜ୍ଞାନଦୀପ,
ଦକ୍ଷିଣର ପାହାଡ
ନେଉଥିବ ଯତ୍ନ,
ଉତ୍ତରରେ ମୁଁ ସ୍ଥିର।
ମୂଳରୁ ଇ ମୁଁ
ସମସ୍ତଙ୍କର ସବୁର।
କିଏ କଣ କହିଲା
ନ କହିଲା ନାଇଁ ଖାତିର।
ଆସ, ଦେଖ
ଆତ୍ମାର ଡାକ ଶୁଣ,
ଏଇଠି ମୁଁ,
ଏଇଟା ତପୋବନ,
ସଦା ଏଠି
ସମସ୍ତେ ପୂର୍ଣ୍ଣ ।
2
ସମୟର ଖେଳ
ଆଶା।
ସୁନ୍ଦରତା ଭିତରୁ
ଉପହାର ଆଣି
ପରସି ଦେବା
କାମ ଆଲୁଅର।
ସ୍ଥାନ ଆଉ ପାତ୍ର
ବଦଳେଇ ଠିଆ
ଆଶା ଆଗରେ ।
ସଶକ୍ତ ଆସେ ପୁଣି
କିଏ କୋଉଠୁ
କହିବାକୁ ଦରକାର
ଆହୁରି ନିଆଁ ଜାଳିବା।
This poem has not been translated into any other language yet.
I would like to translate this poem