ଯାହାକୁ ଯେମିତି ଯୋଉଠି
ଦେଖୁଛି ଏ ଆଖି
ରଖୁଛି ସନ୍ଦେହ ଦୃଷ୍ଟି କିଆଁ!
ସାପ ବାଘକୁ
ଖାତିର ନ କଲା ଲୋକ
ଭିତରେ ଭିତରେ
ଏତେ ଭୟରେ!
ଯାହା ଯେତେ
ସବୁ ବିଫଳ।
ପୁଣି ସଫଳ ହେବା ଆଶାରେ
କଣ ଆବଶ୍ୟକ ଆଗକୁ ବଢିବା!
ଯାହା ଯେତେ ହେଲେ ବି
ଅଟକି ନି କିଛି
ଏଇଟା ଇ ଆଶ୍ୱାସନା।
ଗୋଳିଆ ଘଣ୍ଟା
ଚାଲିଛି ଠିକ୍ ଠିକ୍
ଏତକ ଯଥେଷ୍ଟ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
20/7/2019
This poem has not been translated into any other language yet.
I would like to translate this poem