ଆଉ ଆଉ
ଗଜାନନମିଶ୍ର
ପଚାରି ପଚାରି ଯା,
ପଚାରୁ ଥା।
ପାରିଲେ କହିବି,
ନ ପାରିଲେ ମୁଁ
ମୋ ଭିତରେ ପଶିବି
ଆହୁରି ।
ଆହୁରି ଆହୁରି କହିବି
କହି କହି ଯିବି,
ନ ବୁଝିଲେ ରହିଯିବୁ
ଘଡିଏ ଚୁପ୍ ଚାପ୍
ନିଜ ଭିତରେ।
କାହାକୁ କହିବୁ କଣ,
ଭାବିବୁ, ବୁଝିବୁ।
କହିବୁ, ପବନକୁ ପବନ,
କହିବୁ, ପାଣିକୁ ପାଣି।
କୁଆଡୁ କିଛି ଆସୁ ନ ଆସୁ
ଆଗରେ ଦେଖୁଥିବୁ ଆକାଶ।
ପିଠି କରି ଯିବୁ ତ ଯିବୁ,
ଫେରିବା ମାର୍ଗଟା ରଖିଥିବୁ।
ଯୋଉଠି ଯାହା ପାଇବୁ
ବାନ୍ଧି ରଖିବୁ ନି ଜମାରୁ।
ହେବୁ ନି ଆଉ ଆଉ
ଆଉ ଥିବୁ, ଥିବୁ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
30/7/2019
This poem has not been translated into any other language yet.
I would like to translate this poem