ପକ୍ଷୀକୁ ଦେଖିଲି
ଫୁଲକୁ ଦେଖିଲି
ସୂର୍ଯ୍ୟକୁ ଦେଖିଲି
ଆଉ କହିଲି
ଇଏ ସକାଳ।
ଏଇ ସକାଳରେ
କିଆଁ ନାଇଁ ଆଲୁଅ
ପଚାରିଲ ତମେ।
କହିଲି ନାଇଁ ତ ନାଇଁ
ତମ ଭିତରୁ ବାହାର
କରୁ ନ କିଆଁ
କୁହ ତ ଶୁଣେ!
ଦେଖ ମତେ
ପକ୍ଷୀ ଭିତରେ ମୁଁ
ଫୁଲ ଭିତରେ ମୁଁ
ଆଉ ମୁଁ ଇ
ସୂର୍ଯ୍ୟ, ତୁମ ଭିତରେ।
This poem has not been translated into any other language yet.
I would like to translate this poem