ବାଛିବୁ?
କଣ?
ଏଡେ ମୋର
ବାଛିବା ବାଲା? ?
ଜାଣିଛୁ!
ତୁ ନ ଥିଲୁ।
ରହିବୁ ନି
ଆଗକୁ।
ଘର ବି
ନୁହଁ ତୋର,
ନୁହଁ ଘାଟ ବି।
ସହଜ କଣ
ଆଉ କଣ କଷ୍ଟ
ଅଜଣା ତତେ, ମତେ।
ଅଛୁ ଯୋଉଠି,
ଥା।
ଯିବାକୁ ମନ
କରୁଛୁ ଯଦି,
ଯା।
ହେଲେ କୋଉଠିକୁ?
ପଚାର ନା।
କିଏ ସପକ୍ଷରେ
କିଏ ବିପକ୍ଷରେ
ଆବଶ୍ୟକ ନାଇଁ
ଜାଣିବାର।
କହିଲେ
ଭୁଲ ହିଁ ହେବ
ଏଇଟା ଧର
ସେଇଟା ଛାଡ।
This poem has not been translated into any other language yet.
I would like to translate this poem
The journey of life - always uncertain