1
ସୂର୍ଯ୍ୟର ଚୁମ୍ୱନ
ପାଇ ସମୁଦ୍ର
ଦେଖ ଉଛୁଳୋଉଛି
ଖାଲି ହସ।
ଆଉ ସେ ହସରେ
ଯାଉଛି ଭାସି
ଘରଦ୍ୱାର ଲୋକବାକ।
ପବନ ଆଉ ପାଣି
ପୁଣି ଯାଇଛନ୍ତି ମିଶି।
ବର୍ଷତମାମ ଦେଖ
ଚାଲିଛି ନାଟ।
କିଏ କୋଉ ପଟ
କହିବା ମୁସ୍କିଲ
ଜୀବନ ଛଟପଟ।
2
ପାଇବ ଆଉ କାହିଁ?
ଆକାଶର ଆଦିଅନ୍ତ ନାହିଁ।
ଦେଖାଯାଉଛି ଯୋଉଟା
ନୁହଁ ତାହା ସେଇଟା।
ଜୟବିଜୟ ଦ୍ଵାରପାଳ
ପାଖାପାଖି କାଳବିକାଳ।
କମୁ ନାହିଁ ଫୁଲଫୁଟା
କମୁ ନାହିଁ ମାଟିଚଟା।
ଏ ନହେଲେ ବି ସେ
ଅଜବ ପକ୍ଷୀ ଦୂରଦେଶେ।
ଖୋଲା ମୈଦାନ କୋଉଠି?
ଗୀତ ନୃତ୍ୟ ସବୁଠି।
ଥରେ ଗଲେ ଉଡି
ଶାନ୍ତ ସବୁ ରଡି।
This poem has not been translated into any other language yet.
I would like to translate this poem