ନିଜକୁ ଜାଣିବା
ସବୁଠୁ ବଡ କାମ ।
ନିଜକୁ ଜାଣି
ନିଜଠି ରହିବା,
ରହିପାରିବା ଆହୁରି
ବଡ କାମ ।
ଜାଣିବ କେମିତି?
ନିଜକୁ ହିଁ ବାହାର
କରିବାକୁ ହେଉ ଉତ୍ତର ।
ଉତ୍ତରକୁ କର ନା ପ୍ରଘଟ,
ଆଉ ଡାକ ନା ସଙ୍କଟ ।
ଏଇ ଜୀବନ ହିଁ ଗୋଟେ ସଙ୍କଟ,
ଆଉ ସଙ୍କଟକୁ ଟାଳିବାକୁ ହେଲେ
ନିଜକୁ ଜାଣିବା ଇ ନିୟମ ।
This poem has not been translated into any other language yet.
I would like to translate this poem