ଗୋଟେ ପକ୍ଷୀ,
କଣ ୟାର ନାଁଟି!
ରହ ରହ, ପଚାରିଆସେ,
ସେଠି ବସିଛନ୍ତି
ସୁଶୀଳ ତ୍ରିପାଠୀ,
କବି।
ଏଇ ପକ୍ଷୀ
ଅଣ୍ଡା ଦିଏ କି
ଛୁଆ, ଜଣା ନାଇଁ
ମତେ।
ଏଇ ପକ୍ଷୀକୁ
ସଠିକ୍ ରୂପରଙ୍ଗ
ଦେଇ ହେବ କି
ହେବ ନି
କରି ନି ଚେଷ୍ଟା
କେବେ।
ଚଳିତ ବର୍ଷା
ଏଇ ପକ୍ଷୀର
ବସାକୁ ଭାଙ୍ଗିଛି
କି ନାଇଁ
ପାରିବ ନି କହି
ଚନ୍ଦନ,
ଦୈବୀଦୁର୍ବିପାକ
କି ରାଜସ୍ୱ ବିଭାଗରେ
କରି ନି ଯୋଗଦାନ।
ପକ୍ଷୀକୁ ନେଇ
ଦେଶ କଥା ପଡିଛି ଯେବେ,
ମୁଣ୍ଡ ଟେକି
କିଛି କହିବାକୁ ବି
ବଳୁ ନି ମନ।
ପକ୍ଷୀ କଥା
ଛାଡିଦେବା ଭଲ
ଏଇଠି ଏମିତି,
ଭୋର ହୋଇ ଆସିଲାଣି
ପକ୍ଷୀ ଫଡ ଫଡ କଲାଣି ଡେଣା
ଆଉ ଭିନ୍ନ ଏକ ସ୍ୱରରେ
କଣ କଣ କହିଲାଣି ବି।
ବୋଧେ ଡାକୁଛି କାହାକୁ
କର ଅପେକ୍ଷା ଏଥର
ଆଉ ଗୋଟେ ରାତିକୁ।
This poem has not been translated into any other language yet.
I would like to translate this poem