ସତ୍ୟ ବି କଡ ଲେଉଟାଏ
ଗଜାନନ ମିଶ୍ର
ସତ୍ୟ ବି କଡ ଲେଉଟାଏ,
ଓହରି ବି ଯାଏ ପାଖରୁ
ଆପେ ଆପେ ମିଛ।
କିଏ କାହା ସହ
କରିବ ଯୁଦ୍ଧ
ଆଉ କରିବ କେତେବେଳେ
ସବୁ ଊହ୍ୟ ।
କଥା କଥାରେ
ଲାଳନେ ବହବୋଦୋଷାଃ
କହନ୍ତି ସମସ୍ତେ ।
ଚୋରକୁ ଜଗେଇ ଘର
ଆମେ ନିଶ୍ଚିନ୍ତରେ
କହିବ ଅଛି କିଏ
ଅଳ୍ପ ବିଦ୍ୟା ରଖି ଅଣ୍ଟିରେ!
ତପୋବନ, ଟିଟିଲାଗଡ, ବଲାଙ୍ଗିର
14/8/2019
This poem has not been translated into any other language yet.
I would like to translate this poem