ଲୋକଟେ
ଗଜାନନ ମିଶ୍ର
କେତେ ଜ୍ଞାନ ରଖିଛ, ନେଇଁ ଜାନି।
କେତେ ଭାଷା ଜାନିଛ, ଜାନବାର ନେଇଁ ନ।
ଜେନ କାମ ଲାଗି ଅଛ, ହେଟା କେନ ପଦ ପଦବୀ,
ଖାତିର ନାଇଁ। ମୋର ମତଲବ ନେଇଁ କିଛି ଥି।
କାଣା ବୁଝୁଛ, କାଣା କରୁଛ, କାଣା ଲେଖୁଛ,
ହେଟା ଜାନବାର ଅଛେ ମକେ।
ଜାନବାର ଅଛେ ଇଥିର କାଜେ,
ମୋର ପଏସା ସରୁଛେ ତମର ହେ
କାମକରବାର ସବୁଥି,
ମାସରିଭୁତି ବି ମୋରନୁ ନଉଛ
ତୁମେ ସଭେ ମୋରଠାନୁ।
ଆରୁ ଜାନିଛ ତୁମେ ଅଏନ କରି,
ମୋରନୁ ବଡ ଆରୁ ନେଇଁ ନ କିହେ,
ମୋର ସେବା କରବାରକାଜେ ତୁମେ ସଭେ।
ତପୋବନ, ଟିଟିଲାଗଡ
9437366644
This poem has not been translated into any other language yet.
I would like to translate this poem