ଗୋଟେ ମନ୍ଦିରa Temple Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଗୋଟେ ମନ୍ଦିରa Temple

Rating: 5.0

ଏଇଠି ଥିଲା,
ଗୋଟେ ମନ୍ଦିର।

ପାରିବି ନି କହି ସଠିକ୍
କି ମନ୍ଦିର, ଆଉ
କେମିତି କିଏ
କାହାକୁ କେତେବେଳେ
କରୁଥିଲା ପୂଜା।

ନୃତ୍ୟଗୀତ ଚିତ୍ରସବୁରୁ
କିଛି କିଛି ମିଳିଯିବ
ଅବଶ୍ୟ ସୁରାକ।

ଏତେ ଭଙ୍ଗାରୁଜା ପରେ ବି
ଜଳିଲାଭଳି ଦିଶୁନି?
ଅନୁମାନ କରିନିଅ
କଣ ନ ଥିବ ସେତେବେଳେ!

ବ୍ୟଙ୍ଗ କର ନା,
ବିଦ୍ରୁପ କରିବା ପୂରା ମନା।

କି ଅଧିକାର ତୁମର
ବିନା ଅନୁମତିରେ କହିଯିବ
ମନକୁମନ ଆସିଲା ଯାହା।

ଡିବିରିଟା ଦିଅ ତେଜି ଆଉ ଟିକେ,
ଘାବରେଇ ଯାଅ ନା,
ଲିଭିବ ନି, ଅଛି ଆଜ୍ଞା।

ଏତେଦିନ ପରେ
ସିଂହମାନେ ଛାଟିପିଟି ହୋଇ
ଆରମ୍ଭ କରିଛନ୍ତି ଉଠିବା।

ଠିକ୍ କୋଉଟା, ଅବଶ୍ୟ
ଜାଣିଯିବ, ଅପେକ୍ଷା କର,
କୁଆଡର ପାଣି ଗଡୁଛି
ଆଉ କୁଆଡେ ସବୁ
ହୋଇଯିବ ବୁଝା।

Friday, September 21, 2018
Topic(s) of this poem: life,temptation
POET'S NOTES ABOUT THE POEM
written in odia language, odia is the official language of Odisha India
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success