କାନ୍ଦୁଛି ଆଇଶାନୀ Aaeshanee Is Crying Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

କାନ୍ଦୁଛି ଆଇଶାନୀ Aaeshanee Is Crying

Rating: 5.0

କାନ୍ଦୁଛି ଆଇଶାନୀ
କାନ୍ଦୁଛି ଆହୁରି ଆହୁରି,
ପ୍ରଥମ ଶ୍ରେଣୀ ଡେଇଁଲାଣି,
ବହୁତ କିଛି ଶିଖିଲାଣି,
ଯାହା ଯାହା ଦାଦୁ ହୋଇ
ପାରିନି ମୁଁ ଜାଣି,
ମୋବାଇଲ ସେଟ କରିବା,
ଟିଭି ଚାନେଲ ବଦଳାଇବା,
ଚୁପ୍ ଚୁପ୍ ଶୁଣୁଶୁଣୁ
ଅସଲ ମଂଜି କଥାଟିଏ କହିଦେବା,
କାର୍ ଚାବି ଖୋଜି ଆଣିବା,
ଚଟ୍ କିନା ହରଣ ଗୁଣନ କହିଦେବା,
ପାଣି ଗିଲାସେ ମାଗୁ ମାଗୁ ଆଣିଦେବା,
ସବୁ ପକ୍କା କଲାଣି,
ତଥାପି, ଭୟ ମୋଠି,
ଚଳିବ କେମିତି,
କରିବ କଣ କୋଉଠି,
ପଢିବ କଣ ସବୁ,
ରହିବ କାହା ସଙ୍ଗରେ କେତେବେଳେ,
ଏ ଆଶ୍ଚର୍ଯ୍ୟ ପୃଥିବୀରେ।

ଗଛ ଚଢା, ପ୍ରଜାପତି ଧରା,
ପାଣି ପହଁରା ଏ ଯାଏ ଶିଖିନି, ଆଇଶାନୀ।
ଏ ଯାଏ ମାଟି ଖୋଳା, ମାଟି ଚିକିଟା,
ମାଟି ମୂର୍ତ୍ତି ଗଢି ରଙ୍ଗ ଦେବା ଶିଖି ନି, ଆଇଶାନୀ।

କଣ ପାଇଁ ଆଇଶାନୀ
ଏକାକୀ ପାରୁ ନି ଯାଇ
ସାହୁ ଦୋକାନକୁ ବିସ୍କୁଟ ପାକେଟ କିଣି?
କଣ ପାଇଁ ଆଇଶାନୀ
ଛୁଟି ହେଲେ ଆସି ପାରୁନି,
ଯଦିଓ ସ୍କୁଲଠୁ ଘର ନିକଟରେ?
କଣ ପାଇଁ ସାଙ୍ଗଙ୍କ ସହିତ
ମୁକ୍ତ ଭାବରେ ଖେଳାବୁଲା ପାରୁନି କରି,
ଯଦିଓ ନୁହଁ ସେ ପଙ୍ଗୁ କି ଅଥର୍ବ,
ଯଦିଓ ଭଲ ମନ୍ଦ ବେଶ୍ ଜାଣେ ଆଇଶାନୀ ।

Monday, April 30, 2018
Topic(s) of this poem: crying
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success