ଭୋଟ କଥା About Vote Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଭୋଟ କଥା About Vote

Rating: 5.0

ହେଜିବା କଥା
ଗଜାନନ ମିଶ୍ର

ଲୋକେ ବୁଝିବା କଥା
ମଇଳା ପୋଷାକ
ଦେହରୁ କାଢିବା କଥା
କୁହାଁସଢା ଖାଦ୍ୟ
ଫିଙ୍ଗିବା କଥା
ଜାତି ଦ୍ରୋହୀ ଭାଷା ଦ୍ରୋହୀ
ସଂସ୍କୃତି ଦ୍ରୋହୀକୁ
ତଡିବା କଥା।

ନ ବୁଝିଲେ ଲୋକେ
ମରିବା କଥା
ନ ମଲେ ହନ୍ତସନ୍ତ ହୋଇ
ସବୁ ହରେଇବା କଥା
ଏତେ କଥା ଏତେ ବ୍ୟଥା
ସବୁ ସବୁକୁ ମୁଣ୍ଡେଇ
ଆଉ କେଉଁଠିକୁ
ପଳେଇବା କଥା।

କେଉଁଠିକୁ ଯିବାକୁ ହେବ
କହିବ କିଏ ବା!
କିଏ ରହିଛି କେଉଁମତେ
କହୁ ନି ଜମାରୁ
ତାର ଖୁଣ୍ଟରୁ ତଳକୁ
ଆଉ ତଳୁ ପୁଣି ଖୁଣ୍ଟ ଉପରକୁ
ବାରମ୍ୱାର ବାରମ୍ୱାର ଉଡୁଥିବା
ସେଇ ଟିହା।

ଟିହା ଦେଖିଲେ କଣ ହୁଏ
ଆଉ କଣ ହେଲେ କଣ ମିଳେ
କହୁ ନି ସବିଶେଷ ଏଠାରେ।
ଯାହା କହୁଛି ନାଇଁ ସେ କଥା,
ସଭେ ମଦରେ ଭୋଟ ଚର୍ଚ୍ଚାରେ।
ଭୋଟ କଥା କହି ରାଜନୀତିକୁ
ଟାଣିବା ନୁହଁ ଉଦ୍ଦେଶ୍ୟ
ଏ କବିତାର ହେଜିବା କଥା।

ତପୋବନ, ଟିଟିଲାଗଡ, ବଲାଙ୍ଗିର
6/4/2019

POET'S NOTES ABOUT THE POEM
Caste your vote dear men to genuine one who is committed to your land and language. This poem is written in odia language, odia is the official language of odisha india.
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success