ମେଣ୍ଢା ପରେ
ପାଳି କାହାର?
ଉତ୍ତର କିଛି
ଦେଲା ନାହିଁ କୁକୁଡା ।
କୁକୁର ପଡିଲା ଶୋଇ
କାହାକୁ କିଛି ନ କହି ।
ପାହାଡ ଫାଟିବାର
ନାଁ ଗନ୍ଧ ନାହିଁ ।
ରହିଲେ କୋଉଠି
ଦୋସ୍ତମାନେ ଏତେବେଳେ ।
କିଛି ଜାଣି ନ ପାରି
ମୁଁ ବି ଯାଉଛି ମୂର୍ଚ୍ଛା ।
This poem has not been translated into any other language yet.
I would like to translate this poem