ବାରମ୍ୱାର ବାରମ୍ୱାର Again And Again Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ବାରମ୍ୱାର ବାରମ୍ୱାର Again And Again

Rating: 4.5

1

ଅଧରା ।
କଣ ସେଇଟା?

ଖୁବ୍ ପାଖାପାଖି
ଚିତାକଟା।

କିଏ ଚାଲାକ୍?
ସବୁ ଧୋବଧାଉଳିଆ।

ନାହିଁ କାରଣ
ହେବା ନ ହେବାରେ ନାରାଜ।

ବାରମ୍ୱାର ବାରମ୍ୱାର
ମାଡି ଆସୁଛି ଅନ୍ଧାର।

ଉଦ୍ୟତ ତରବାରୀ
ରହିଛି ଛାତି ସିଧା।

ପର୍ଯ୍ୟାପ୍ତ
ମୁଁ ନୁହେଁ ଅବା ।

2

ମୋରି ସ୍ଥାନରେ ମତେ
ରହିବାକୁ ହେବ ଆଉ କହିବାକୁ ହେବ
ମୋରି କଥାରେ ମିଶାଇ ଆନର।

ଆନର କଥାକୁ ସମ୍ମାନ ଦେଇ
କହିବାକୁ ହେବ ସତ୍ଯ
ଯାହା ରହିବ ସବୁଠି କାଳ କାଳ।

ହେବ ନି ଉପେକ୍ଷା କରି ସମୟ,
ସମୟ ସହିତ ତାଳ ଦେଇ ଗଲାବେଳେ
ଲଂଘିବାକୁ ହେବ ସମୟକୁ ।

ନୁହେଁ କାହାରି ସମୟ,
କେହି ବି ପାରି ନି ବାନ୍ଧି
କି ଜିଣି ନି ଟକ୍କର ଦେଇ ସମୟ।

ଜାଣିବାକୁ ହେବ ଠିକ୍ ସମୟରେ
ଠିକ୍ କଥା ଆଉ ରହିବାକୁ ହେବ ସ୍ଥିର
ଅନୁମାନ କରି ଗତି ପ୍ରଗତି ପ୍ରକୃତି।

ଯିବା କଥା ଭୁଲି ଥିବା କଥା ଭୁଲି
ସାଙ୍ଗରେ ରଖିବାକୁ ହେବ ନିତି, ଜାଣେ
କେନ୍ଦ୍ରରୁ କେନ୍ଦ୍ରକୁ ଯାଉ ଯାଉ ।

Friday, May 18, 2018
Topic(s) of this poem: life
POET'S NOTES ABOUT THE POEM
The poem is written in Odia language, Odia is the official language of Odisha, India
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success