ଅନେକ ଅନେକ
ଗଜାନନ ମିଶ୍ର
ପୁଣି ଏକ
ଆଉ ସବୁ
ଚକ୍ଷୁର କୁହୁକ।
ରଚନା ଆଉ
ପ୍ରଭାବନା
ବାଟବଣା।
ପ୍ରତ୍ୟକ୍ଷ ଆଉ
ପରୋକ୍ଷ ସବୁ ସବୁ
କରି ଗଣନା
ଦେବା କଥା
ବଂଚିବାର ଆଶ୍ୱାସନା ।
ପ୍ରୀତି ନିର୍ମାଣ
ସାବଧାନ!
ଅନିର୍ବାତରେ
ଦୀପ ମହାନ ।
ରୂପ ରସ ଗନ୍ଧ
ସବୁକୁ ମିଶାଇ
ଜୀବନ ଅନୁଭବି
ଅଛି ଆଉ ନାହିଁ।
ତପୋବନ, ଟିଟିଲାଗଡ, ବଲାଙ୍ଗୀର
12/03/2020
This poem has not been translated into any other language yet.
I would like to translate this poem