ପବନ ଏଠି Air Here Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ପବନ ଏଠି Air Here

Rating: 5.0

ଝଲକାଏ ପବନ
ଗଜାନନ ମିଶ୍ର

ଭୁଲି ହୋଇ ଯାଉଛି
ସବୁ କିଛି ପ୍ରାୟ।
ସବୁ କିଛି
କବାଟ ଝର୍କା ନ ଥିବା ଘର
କରୁଛି ଟାହି ଟାପରା।
କଣ ଅଛି କଣ ନ ଅଛି
କିଏ ଆଉ ପରଖୁଛି
ପରଖୁ ପରଖୁ ନିଜେଇ
ଯାଉଛି ହଜି।

ଭୁଲି ହୋଇ ଯାଉଛି
ପ୍ରାୟ ସବୁ କିଛି।
କୋଉଠି ଜନ୍ମ ଜାତକ
କୋଉଠି ଘାତକ
ହେଜୁ ହେଜୁ ସବୁ
ମୁଣ୍ଡ କରୁ ନି କାମ।
କିଏ କୋଉଠୁ ପୁଣି
କେମିତି ଡାକିଲାଣି
ଆରେ ହେ ରାମ
କଣ କିଛି ହିସାବ କିତାବ ନାଇଁ!

ଯାହା ତ ଡେରି ହେଲାଣି,
ତେଣିକି ଉପରେ ପଡି
ବର୍ଷା ମେଘ ଘଡଘଡି ବିଜୁଳି,
କାହାର କଣ ଆସିବାର ଅଛି କି!
କେଜାଣି!
ଆସିଲେ ବି କଣଟା ଆଉ
କରି ପକେଇବ କି କିଏ!
କେତେଥର କୋଉକାଳୁ
କଣ ହେଉ ନି ଆସିବା ଯିବା!

କାମ କରୁ ନି କିଛି
ଭାବି ହେଉ ନି କିଛି।
ଚୁପ୍ ଚାପ୍ ସେଇ ଚଢେଇଟା ବି
ବସା ବାନ୍ଧି ରହିଛି ସେଠି।
ଆୟବ୍ୟୟ ଖାତାକୁ
ମାର୍ ଗୁଲି କହୁଛି
ଝଲକାଏ ପବନ ଏଠି।

ତପୋବନ,ଟିଟିଲାଗଡ,ବଲାଙ୍ଗିର
6/10/2019

Saturday, October 5, 2019
Topic(s) of this poem: life
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success