1
ସବୁ ଅଛି,
ସମସ୍ତେ ଅଛନ୍ତି,
ଅଛ କି ନ ଅଛ ତୁମେ
ପଡୁ ନି ଜଣା।
ଚାଲିଛି ମୋର
ଆସିବା ଯିବା,
ପାରୁ ନି ବୁଝି
କୋଉଠି ତୁମେ ବଣା!
ସୁସ୍ଥରେ ମୁଁ
କହୁଛି କିଏ କାହାକୁ?
ନାଇଁ ଜୀବନବୀମା,
ଅଛି ହରଡଘଣା।
2
ଲାଭ କେତେ
କିଏ କହିବ,
ପାଖରେ ଥିବା
ସମସ୍ତେ ତ
ଯାଇ ଶୋଇବ!
ଉଠ, ଉଠ,
ଏ ଯାଏ ହୋଇ ନି
କିଛି ବି ସିଦ୍ଧ।
ପୁଣି ଯାଅ ଲାଗି
ସମସ୍ତେ ଏକତ୍ର।
ବିଶ୍ୱାସକୁ ନଜଠି
ରଖ ଦୃଢ ଆଉ
ରହ ପ୍ରଶାନ୍ତ ଚିତ୍ତ
ହେବ ଯଦି ମୁକ୍ତ।
ଦୁଃଖ କଣ
ଓହରି ଆସିବା ଛଡା
ବାଟ ଭାଙ୍ଗି?
ଫୁଲକା କଥାରେ
ମିଳେ ନା ସମାଧି।
ବିଦିତ ଯୋଉଟା,
ଶାଶ୍ୱତ ସେଇଟା,
ଆଉ ସେଇଟାଇ
ଆନନ୍ଦ।
ତୁଚ୍ଛା କଥାରେ
ମିଳେ ନା ସନ୍ତୋଷ।
ରହିଯାଏ ଅଭାବ
ସୁଖର ହୁଏ
ଯାହା ଦୃଷ୍ଟ।
3.
ଜାଣେ ମୁଁ
ମୁଁ କଣ।
ସନ୍ଦେହ ଅଛି
କିଛି ଆଉ
ଜାଣି ନି ଯଦି,
ପଡିବ ଜାଣିବାକୁ,
ଯେମିତି ହେଉ।
ନ ଜାଣିଲାଯାଏ
ହେବ ନି ଉଚ୍ଚାରି ଶବ୍ଦ।
ଆଉ ଶବ୍ଦ ନ ଉଚ୍ଚାରିଲେ
ପାରିବ ନି କହି
କିଏ କଣ।
ଆଉ କହି ନ ପାରିଲା ଯାଏ
ପାରିବ ନି ପହଂଚି ସେଇଠି,
ଅଛି ଯୋଉଠି ଉପସଂହାର।
4.
କିଏ କାହାକୁ ଜିଣୁଛି?
ଆଉ ଜିଣି କରୁଛି କଣ?
ହରାଜିତାରେ ଅଛି କି କିଛି!
This poem has not been translated into any other language yet.
I would like to translate this poem