ଜାଣି ନି କଣ ପାଇଁ
ଚାଲିଗଲେ ପାଖରୁ ସମସ୍ତେ।
କଣ ବା ଦେଇଥାନ୍ତେ ମତେ?
ଦେଇଥାନ୍ତେ କି ମେଘ ଖଣ୍ଡେ
ନ ଥାନ୍ତା ଯୋଉଠି ପାଣି ଟୋପାଏ।
ଦେଇଥାନ୍ତେ କି ବିଦ୍ୟାଳୟଟିଏ
ନ ଥାନ୍ତା ଯୋଉଠି ଗ୍ୟାନ ଟିକିଏ।
ଦେଇଥାନ୍ତେ ଆଉ କଣ କଣ
ପେଟ ପୂରି ନ ଥାନ୍ତା
ଅଘା ଭରି ନ ଥାନ୍ତା
ନ ଥାନ୍ତେ ପାଖରେ ଜଣେ କେହି
ପଚାରିବାକୁ ଭଲମନ୍ଦ।
ଆଉ ଜାଣିବାର ଥିଲା କଣ ସବୁ
ସେ ସବୁ ଥାଉ ପଛକୁ।
ଏଇନେ ଅଛୁଁ ଏଠି ଏତକ ଯଥେଷ୍ଟ
କହିବାର ଥିଲା ସମସ୍ତଙ୍କୁ।
ହେଲା କି ନ ହେଲା ସେଇଟା ଥାଉ,
ଆଉ ଯାହା ନ ହେଲା ସେଇଥିପାଇଁ
ଏତେ ସେତେ ପଡୁଛି ଉଠୁଛି
ଗାଁ ଦାଣ୍ଡ ଅଗଣା ପଡିଆ।
ମୁଁ ଇ ପଡି ରହିଛି ପୂରା ଭକୁଆ।
This poem has not been translated into any other language yet.
I would like to translate this poem