କନ୍ଧଗୀତ-
ମା ଗୋ, ଉଭା ହ,
ଘେରରଘିରନୀ, ଗାଁର ଧିରନୀ,
କାନ୍ଧାନ କେନ୍ଧେନବୁଢୀ,
ଗାଁଖେଲର ମେନ୍ଦାମୁନ୍ଦି,
ଅଛେ ତଳ୍ ଗୁଡି।
ଇ ପୁରଥି ମର୍ ଗାଁ,
ଇନ ସବୁ ମର୍ ଲକ୍।
କା କେ ନ ଖେଦେ ଇନୁ,
ଆମେ ସଭେକ୍ ଗଟେକ୍।
ବୁଆ ମା କାକା କାକୀ
ବବା ବଡ ମା ଭାଏ ବଅନ
ବଅ ଝି ଆରୁ ସଭକର ମା
ତୁଇ, ଆ ଉଭା ହ ଇଥି।
ତୁଇ ଅଛୁ ମା, ଇମାଟିଥି,
ଇ ମାଟି କାଲି ଧୁବଲି
କାନ୍ଧାନର ବିରମାଟି,
ଏନୁ ମୁଇଁ ତକେ ପୂଜା କରୁଛେଁ,
ସେଲ ଫୁଲଥି ମା ସମଲେଇ
ଚଇତ୍ରି ଯାତ୍ରା ଇଟା।
ସବୁ ମୁନୁସ୍ ଗୁଟେ,
ତର୍ ସନତାନ।
କଲା ଧଲା ହଲଦିଆ
କାହିଁ କିଛୁ ନାଇଁ।
ମା ଜାଡାନ୍ ପାଟମେସ୍ରି
ଘାଂଟାସୁନି, ସଲଖେ ରଖ୍
ମୁନୁଷ୍ କେ ଫୁନି ।
This poem has not been translated into any other language yet.
I would like to translate this poem
Like Dinosaurs were retrieved from the deep gorges in Jurrassic park, the poem has recorded a sweet dialect of oriya of phonetic exuberance.