କବିଙ୍କ ମଧ୍ୟେamong The Poets Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

କବିଙ୍କ ମଧ୍ୟେamong The Poets

Rating: 5.0

କବିଙ୍କ ମଧ୍ୟେ
କବି ତୁ,
ଜାଣେ, ତୁହିଁ
ତରିବୁ
ସଂସାର ପ୍ରମାଦୁ।

ବିଟପୀ ଯୁବତୀ ପରି
ଗତି ତୋର,
ଅବଶ୍ୟ ଜାଣେ ମୁଁ।
ଅଛୁ ଏଇ ମାଟିରେ,
ଆକାଶ ଆଡକୁ
ଯାଏ ଧାଇଁ
ତୋରି ମନ।

ଏତେ ଫଳ ଏତେ ଫୁଲ,
ଜଳ ସ୍ଥଳ ଗନ୍ଧ ପରିମଳ,
ତୋ ପାଇଁ ଆସୁଛି ସକାଳ,
ତୋ ପାଇଁ ସବୁ ଏକମେଳ।

ତୋ ଶବ୍ଦରେ ଭାବରେ
କଠିନ କର୍କଶ ହୃଦୟକୁ
କରୁ ତୁ ନିର୍ମଳ, କୋମଳ।

କବି ତୁ,
କବିଙ୍କ ମଧ୍ୟେ କବି।
ସଦା ଥାଉ ଆନନ୍ଦରେ,
ସ୍ପର୍ଶରେ ତୋର
ଏ ମର୍ତ୍ତ୍ୟ
ହୋଇଯାଏ ସ୍ୱର୍ଗ।

ତୋର ଶବ୍ଦ ସ୍ପର୍ଶ,
ତୋର ଭାବ ପ୍ରେମ
ଶୂନ୍ୟକୁ କରେ ପୂର୍ଣ।

କବିଙ୍କ ମଧ୍ୟେ
କବି, ତୁ।
ଆଗତ ଭବିଷ୍ଯତ
ସବୁ ଜାଣି ପାରୁ।
ବର୍ତ୍ତମାନରେ ଛିଡା ହୋଇ
ଜୀବନର ରହସ୍ୟ ଭେଦୁ।
ସଚରାଚର ସଭିଙ୍କୁ
ଅମୃତ ପରସୁ।

Wednesday, August 1, 2018
Topic(s) of this poem: poets
POET'S NOTES ABOUT THE POEM
written in odia language, odia is the official language of Odisha India. This is all about poets and life
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success