ଆଉ ଆମେ ସବୁ And We All Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଆଉ ଆମେ ସବୁ And We All

Rating: 5.0

ମାଏଲା ଜଡ
ଭୁରି ଭୁରି ବର୍ଷାରେ
ଯାଉଛି କେଉଁଆଡେ!
ଏ ବର୍ଷା, ନୁହେଁ ପାଣିର,
ଏ ବର୍ଷା, ଡହ ଡହ ଖରାର।

ଆଉ ଆମେ ସବୁ
ତତଲା ତାୱା ଉପରେ।
କାହାକୁ କିଏ
କରୁଛି କଣ, କହୁଛି କଣ!
ପଚାରି ବୁଝିଲାବେଳକୁ
ରାତିଦିନ ଏକାକାର।

ପଂଚବଟିରେ ଚାଲିଛି
କେମିତି କଣ?
ହେବ ନି ଜାଣି
ନ ଚହଟିଲାଯାଏ ବାସ୍ନା।

ବାଃରେ ଛୁଆ,
ଏତେ ଗହକି ତୋଠି!
ହର୍ମିଶା ହେବ ନି
ନଜରଅନ୍ଦାଜ କରି
କାହାକୁ କୋଉଠି।

ଅନ୍ଧାର ହେଲେ ବି
ଯେତେ ଗାଢ
ଦିକ୍ ଦିକ୍ ଆଲୁଅ ଥାଏ
ତାରି ଭିତରେ।

ସେଇ ଆଲୁଅରେ
ଥାଏ କିଏ ଆଉ
ତୁମ ନିଜ ଛଡା?

ସେଇଠି ଖରା
ସେଇଠି ବର୍ଷା
ଆଉ ତୁମେ
ଧୂମ୍ ରେ ମସଗୁଲ
ସମୟ ସହିତ,
ଭେଳିକି ଯଦିଓ
ଏଇ ସମୟ।

ନା ବର୍ଷାରେ
ନା ଖରାରେ
କୋଉଠି ବି
ନ ଥାଏ
କାହାରି ପରିଚୟ।

Sunday, June 17, 2018
Topic(s) of this poem: life
POET'S NOTES ABOUT THE POEM
Written in odia language. Odia is the official language of Odisha India
COMMENTS OF THE POEM
Gajanan Mishra 17 June 2018

ଅନ୍ଧାର ହେଲେ ବି ଯେତେ ଗାଢ ଦିକ୍ ଦିକ୍ ଆଲୁଅ ଥାଏ ତାରି ଭିତରେ। Light is there also in deep dark

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success