ଉତ୍ତରanswer Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଉତ୍ତରanswer

Rating: 5.0

ଉତ୍ତର
ଗଜାନନ ମିଶ୍ର

ଭାବ ନି
ମୁ ନାହିଁ।
ଅଛି, ଅଛି,
ଅବଶ୍ୟ ନାହିଁ ଲିପ୍ତ।
ଧରି ରଖିଛି କିନ୍ତୁ
ସମସ୍ତ ଜଗତ।

କୁହ ନି
ନାହିଁ ହସ୍ତ
ନାହିଁ ପଦ।
ଦେଖ,
ଯାଉଛି ଆଉଛି
ଇଚ୍ଛାମୁତାବକ,
ଆଉ ଲେଖି ଲେଖି
ଯାଉଛି ଲେଖି
ସମସ୍ତ ଚରିତ।

ମୁଁ ହିଁ ତ
ଅଛି ଏକମାତ୍ର,
ରଖିଛି ଧରି
ସକଳ କ୍ଷେତ୍ର।
ରଖି ନି ଭେଦାଭେଦ,
ନାହିଁ କିଛି
କୋଉଠି ପ୍ରଭେଦ।

ପ୍ରଶ୍ନ ନାହିଁ କୋଉଠି
କିଛି ହେବାର ସମାପତ।

ଲେଖି କବିତା
ଭଣି ଗୀତ
ନଚାଇ ଭୂତ
ଦେଉଛି ଦେଖାଇ
ସବୁର ପ୍ରକୃତ ଅର୍ଥ।

ଅଲଗା କର ନି
ତୁମଠୁ ମତେ।
ଥିଲେ ତୁମେ
ଅଛି ମୁଁ।
ନ ଥିଲେ ତୁମେ
ମୁଁ ନାହିଁ
ଏମିତି ନୁହଁ ଯଦିଓ।

କେତେ ମୁଁ ବାସ୍ତବ
କେତେ ବିସ୍ତାର
ମତେ ହିଁ ପଚାର
ଶୁଣିବାକୁ ଖାଲି
ଯୋଉଠି ଅଛ
ଥିବା କଥା ତୁମେ
ମୋ ଉତ୍ତର।

ତପୋବନ, ଟିଟିଲାଗଡ, ବଲାଙ୍ଗିର
3/10/2018

Wednesday, October 3, 2018
Topic(s) of this poem: life
POET'S NOTES ABOUT THE POEM
written in odia language, odia is the official language of Odisha India. all about life and the world
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success