ଅସରା କଳା- ଅସୀମ ବସୁ
କେମିତି ଯିବେ କୁଆଡକୁ ।
ଅସୀମ କଳା
ନାହିଁ କିନ୍ତୁ ସମୟ ମିଆଦ ।
ଲୁଚି ଲୁଚି ନୁହଁ
ଖୋଲା ମେଲା
ଯିବାକୁ ହେଲା ।
ବ୍ୟବସାୟ ନୁହଁ ଜୀବନ,
କଳା ନୁହଁ ବ୍ୟବସାୟ,
ଜୀବନ ହିଁ କଳା
ଆଉ କଳା ହିଁ ଜୀବନ ।
ନିଶାରେ ନିଶାରେ
ନେଲାବେଳେ ଜୀବନ
ଦେଇହେଲା କଣ ଜାଣେ ସିଏ
ଜାଣେ ଯିଏ ନେଇ ।
ମଂଚ ରହିଗଲା ସେମିତି
ଅଭିନୟ କିନ୍ତୁ ରହିଲା ନି ବାକି ।
କ୍ଷେତ୍ର ରଖିଗଲା
ସବୁ ପରିଚିତି ।
This poem has not been translated into any other language yet.
I would like to translate this poem