ଏତେବେଳେ ଏଠାରେ At This Time Here Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଏତେବେଳେ ଏଠାରେ At This Time Here

Rating: 5.0

ବୈରାଗ୍ୟ ବିଷୟରେ
ଗଜାନନ ମିଶ୍ର

ବୈରାଗ୍ୟ କଣ ଗୋଟେ ମହାମାରୀ?
ଜଣା ନାଇଁ।
ପ୍ରତିକାର କରିବା କଣ ଦଣ୍ଡନୀୟ?
ଜଣା ନାଇଁ ।

ହଇଚଇ ଟିଭିରେ ଫେସବୁକ୍ ରେ
ଉଆଟସଫରେ।
ଆରେ ଅଛ କିଏ କୋଉଠି
ବଂଚାଅ ପାରୁଛ ଯଦି ।

ଘରୁ ପଦାକୁ
ଗୋଡ କାଢିବା ମନା।
ତୁଣ୍ଡି ବାନ୍ଧି ରହ
ଦିନ ତମାମ।

ଓଟରା ହେବ
କେତେବେଳେ କିଏ
ସଭିଙ୍କୁ ଅଜଣା।
ଯାଇ ପଚାର
ଅଛି ଆଉ କଣ ସବୁ
ଫିଟା ପେଡି ଭିତରେ ।

ନକେଦମ୍
ହେଲୁଣି ଆମେ
ଏତେବେଳେ ଏଠାରେ।
ତୁଚ୍ଛାକୁ ଗୋଡ
କଚାଡିଲୁଣି କେତେ!
ଆଉ ଯଦି କହିବ
ଆଉ ଥରେ
ପୋଡି ହେବୁ ନିଆଁରେ।
ଆଉ ଯଦି କହିବ
ବରଫ ପାହାଡକୁ
ଆଣି ରଖିଦେବୁ
ଏଇ ଅଗଣାରେ।

ଜମା ଚେଷ୍ଟା କର ନି
ଜାଣିବାକୁ ବୈରାଗ୍ୟ ବିଷୟରେ ।

ତପୋବନ, ଟିଟିଲାଗଡ,ବଲାଙ୍ଗୀର
14/04/2020

Tuesday, April 14, 2020
Topic(s) of this poem: life
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success