ମାଗ କ୍ଷମା Beg Excuse Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ମାଗ କ୍ଷମା Beg Excuse

Rating: 5.0

ମାଗ କ୍ଷମା
ଗଜାନନ ମିଶ୍ର

ମାଗ କ୍ଷମା
କଣ ପାଇଁ ଲେଖୁଛ,
ଲେଖୁଛ କବିତା,
ମାଗ କ୍ଷମା ।
ନିଃସର୍ତ୍ତ କ୍ଷମା
ମାଗ, ମାଗ।
ନ ମାଗିବ ଯଦି,
ରଖ ଜାଣି
ତଦନ୍ତ କରି ସତମିଛ ଭରି
ହୁଆହୁଟା ନିନ୍ଦା ଦେଇ
ଗତି ବିଗାଡି ଦେବୁ ତୁମର।
ଦୀର୍ଘ ଦିନର ଗୋଳିଆଘଣ୍ଟା
ଅଭିଜ୍ଞତା ସହିତ
ପ୍ରମାଣପତ୍ର ଅଛି ଆମର।
ଘର ଟଙ୍କା ଆଉ ଆଉ
ସବୁ ସୁବିଧା ଦେଉଛି
ଯୋଗାଇ ଆମକୁ ସରକାର।

ମାଗ କ୍ଷମା,
କ୍ଷମା ମାଗ।
ଠିକ୍ ଚାଲିଥିଲାବେଳେ ସବୁ
ସରକାରୀ ରାଜ୍ୟ-
ଭାଷା କଥା ଉଖାରି
କଲ କିଆଁ ଅନଶନ,
ଆଣିଲ କିଆଁ
ଅଦାଲତରୁ ଆଦେଶ,
ଏଇଟା ଥିଲା କି
ଭାଷା ଆନ୍ଦୋଳନ!
ଛାଡିଲେ ବି ତୁମେ
ତୁମ ପଛେ ପଛେ
ଆମେ ଲଗେଇବୁ
କୁକୁର ଏଲସିସିଏନ।
କାମୁଡି ଉଖାରି
ଶତଚେଷ୍ଟା କରିବୁ
ନେବାକୁ ତୁମର ଜୀବନ।

କ୍ଷମା ମାଗ,
ମାଗ କ୍ଷମା,
କ୍ଷମା ମାଗିବା
ହେଉ ନିସର୍ତ୍ତ ।
କୋଉ ଗଡଜାତିଆରୁ
କି ବୁଦ୍ଧି କାଢି
ଏ ମଥୁରାରେ
କରିଥିଲ ପ୍ରବେଶ!
ଆମେ ଥାଉ ଥାଉ
ହେବ କେମିତି ତୁମେ
ମହାନ ପୁରୁଷ।
ଆମ ପଛୁଆଳ ନ ହେଲେ
କରିବୁ ତମର ସର୍ବନାଶ।

ସ୍ୱୀକାର କର
ଆମକୁ ।
ଆମେ ଆଗ,
ସମୁଦ୍ରକୂଳିଆ ପବନ
ଆମର, ଭାଷା
ସଂସ୍କୃତିର ଆମେ ରକ୍ଷକ
ଆମେ ସୂତ୍ରଧର।
କିଏ ହୋ ତୁମେ?
ନ ମାନିଲେ ଆମ କଥା
ଦେଖେଇବୁ ନାଲିକୋଠା,
ମାନ, ମାନି ଯାଅ
ଯାହା ବି କରିଛ
ଯାହା ବି କରୁଛ
ସବୁର ଆମେ ପ୍ରତିଷ୍ଠାତା ।

(ବ୍ୟକ୍ତିଗତ ଭାବେ କେହି ନିଜ ଦିହକୁ
ନ ନେଇ କବିତା ଉପଭୋଗ କରିବାକୁ ଅନୁରୋଧ)

ତପୋବନ, ଟିଟିଲାଗଡ, ବଲାଙ୍ଗିର
4/6/2019

POET'S NOTES ABOUT THE POEM
Language - odia, script - brahmi,it is about revolution for state official language - odia, and feeling of so many people.
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success