ଦେବୁ କଣରେ ମାଗିଖିଆ?
ମୋଠୁ ନେଇ ତ ସବୁ, ସେଠି
ତୁ ହୋଇଛୁ ଠିଆ!
କହୁଛୁ- ଦେଇଛୁ ଆହାର,
ଦେଇଛୁ ଆବାସ,
ଯୋଗେଇଛୁ ଡାକ୍ତର,
ଯୋଗେଇଛୁ ବସ୍ତ୍ର!
ଆରେ ହେଃ,
ଯାହା ଦେଇଛୁ କହୁଛୁ
ୟେ ସବୁ କାହାର?
ମୋ ଧାନକୁ ମୋ ମୂଢି,
ଚୁପ୍ ଚାପ୍ ଥା, ଫିଟାଇଲେ ପାଟି
କହୁଛୁ ପତ୍ତା ଉଡେଇଦେବି ବୁଢୀ,
ପାରିବୁ ନି କହି, ରହ
ସାରେଁ ଗଧାଗଧି!
ତୋ ପାଲରେ
ପଡିବା ଲୋକ ନୁହେଁରେ ମୁଁ।
ମୋ ମାଟିରେ ମୁଁ ପକ୍କା,
ମୋ ଭାଷାରେ ମୁଁ ସତ୍ୟା,
ତୋଠୁ ନାହିଁ କିଛି ମୋର ଆଶା।
ତୁ ପଳା, ତୁ ପଳା।
This poem has not been translated into any other language yet.
I would like to translate this poem
Corrupted leader must not be given chance to enjoy power.