ଭିକ୍ଷା
ଗଜାନନ ମିଶ୍ର
କିଏ ନ କରେ ଭିକ୍ଷା?
ପ୍ରତିଟି ଜୀବନର
ମହାର୍ଘ ଉତ୍ସବ ଭିକ୍ଷା।
ଶ୍ରଦ୍ଧାର
ଅମୃତ ଜାହ୍ନବୀ- ଭିକ୍ଷା।
ନାଇଁ ଏଇଠି
ଈର୍ଷା ଅସୂୟା।
ବଢେ ଏଇଠି
ଆସ୍ଥା ବିଶ୍ୱାସ।
ପିତା ମାତା ଭ୍ରାତା
ବନ୍ଧୁ ସଖା ଆଉ ଆଉ
ସବୁ ବିଦ୍ୟା।
ଭିକ୍ଷା ନ ହେଲେ
ସବୁ ଅଶିଖା।
କାହିଁ ଉଚ୍ଚରେ ଦେବା
ଭିକ୍ଷା, ଆଉ ସେଇଠୁ
ଆହୁରି ଉଚ୍ଚରେ
ଭିକ୍ଷା ମାଗିବା।
This poem has not been translated into any other language yet.
I would like to translate this poem