ପକ୍ଷୀ ହୋଇ Being A Bird Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ପକ୍ଷୀ ହୋଇ Being A Bird

Rating: 5.0

କିଏ କଣ କହିଲା
ନିଘା କର ନା ସେଆଡକୁ
ସେଆଡେ ମାଙ୍କଡ,
କୁକୁର, ବିଲେଇ, ପୋକଜୋକ
ସବୁ ସାଲୁବାଲୁ।
ପାରୁଛ ଯଦି କହିଦିଅ
ଅଛ ତୁମେ ଏଠି
ଆଉ ଆରମ୍ଭ କରୁଛ କାର୍ଯ୍ୟ।

ଯାହାକୁ କହୁଛ କାର୍ଯ୍ୟ
ନୁହେଁ ସେଇଟା,
ମନ ବୁଝେଇବା କଥା।
ଯାହାକୁ ଯାହା କରିଛି ଦଇବ
ସେଥିରୁ କେମିତି ଉବୁରିବ
ପଡୁ ନି ବୁଝା।
ଆଉ ଆଉ ହେଲାବେଳକୁ
ସମୟ ଅଭାବ।

ପକ୍ଷୀ ହୋଇ ଉଡ ଆକାଶରେ
ଆଉ ଉଡି ଉଡି ଯାଅ
ଆକାଶଠୁ ଉପରକୁ,
ଆକାଶକୁ ଯଦି
ରଖିବାର ଅଛି ଖୁସିରେ ।
ଆକାଶ ସମସ୍ତଙ୍କର ।
ସମସ୍ତଙ୍କର ଖୁସିରେ
ଆକାଶର ଓଠରେ ଦେଖ ହସ।

ପଥର ହୋଇଯାଅ,
ଆଉ ଥାଅ,
ଦେଖିବ ଆଲୁଅ ।
ଅଛି ଆଲୁଅ ତୁମଠି ।
ଦେଖିବେ ସମସ୍ତେ ଏଠାରେ,
ଅସ୍ଥିର ହୁଅ ନା କେବେ ।
ଯା ଆସ ନାହିଁ ତୁମର
କୋଉଠୁ କୋଉଠିକି ।

POET'S NOTES ABOUT THE POEM
Written in Odia language. Odia is the official language of Odisha, India
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success