କିଏ କହେ କଳା ନୁହେଁ ସୁନ୍ଦର?
ହେଇ ଦେଖ, ଉଠାଉଛି କଳାକାଉ ସକାଳୁ ସକାଳୁ,
କଳାଆଖି, ଚକାଡୋଳା, କଳାମୁଖ ଦେଉଛି ଶୁଭ ସଙ୍କେତ,
କଳାକୋଇଲି ମୋହୁଛି ମନ ସଭିଙ୍କର,
କଜଳକଳା ନାଇ ଶ୍ରୀମତୀ ଆଣୁଛି ପାନୀୟ ଅମୃତ,
ହେଇ ଦେଖ, କଳା ପତାକା ବୁଲୁଛି ସାରା ପ୍ରଦେଶ କହିକହି
ମା ମାଟି ମାତୃଭାଷାକୁ ଜଗ, ଜଗିରହ,
ଅବମାନନା, ଅସମ୍ମାନ କଲା ଲୋକକୁ ମିଳୁ ଦଣ୍ଡାଦେଶ,
ହେଇ ଦେଖ, କଳାକପଡା ପିନ୍ଧି ଶନିମହାରାଜ
କରୁଛନ୍ତି ମାତୃଦ୍ରୋହୀଙ୍କର ସର୍ବନାଶ ।
This poem has not been translated into any other language yet.
I would like to translate this poem
Black is all inclusive, All qualities are there in black