ଦୁଃସ୍ୱପ୍ନ
ଗଜାନନ ମିଶ୍ର
ଯାଅ ଭୁଲି
ଦୁଃସ୍ୱପ୍ନ ଭାବି
ଗତକାଲି।
ଗତକାଲି,
ଫେଣ୍ଟିଥିଲା ତାସ୍ ବହୁତ।
ଚିତ୍ ପଟ୍ ଉଭୟଥିରେ
ବାଜିମାତ୍ କରିବି ଭାବିଥିଲା।
ଜଣେ ମାରୁଥିଲା
ନିଆଁଚେଙ୍ଗ,
ଆଉଁସୁଥିଲା ଆଉଜଣେ
ନକଲି ବରଫରେ।
ହେତ୍ ଚେତ୍ ନ ଥିଲା
ମାୟାଜାଲ ଭିତରେ।
ଅଳସ ଭାଙ୍ଗି ନ ଥିଲା
ସୂର୍ଯ୍ୟର।
ମିଛସତ ଉଭୟେ
ଗୁନ୍ଦଲୁଥିଲେ ଅଧାରେ।
ଆଉ ରାଣ୍ଡୀ ଡାହାଣୀ
ମୋଡୁଥିଲା କଳ ନାଟକର
ପୋଡି ପୋଡି ନିଜ ଗୋଡକୁ
ନିଜ ଇର୍ଷାର ଚୂଲିରେ।
ସନ୍ଦେହର ବୀଜ
ଗଜୁରୁଥିଲା ଆଉ
ଯଦିଓ ଆକାଶ ହେଉଥିଲା
ସ୍ପଷ୍ଟ ସକାଳକୁ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
21/6/2019
This poem has not been translated into any other language yet.
I would like to translate this poem