ବୁଲବୁଲ୍
ଗଜାନନ ମିଶ୍ର
ଜୋର ଆବାଜ କରୁଛି ଯଦି
ଜାଣିବ ସେଇଟା ବୁଲବୁଲ୍।
ଲାଂଜ ତଳକୁ ନିରେଖି ଦେଖିବ
ଯଦି ପାଇବ କିଛି ଅଂଶ ଲାଲ ।
ଉଡୁଛି ଯଦି
ଧ୍ୟାନ ଦେଇ ନିରେଖି ଦେଖିବ
ଧଳା ଗାର ଅଛି ଡେଣାରେ।
ବର ଆଉ ପିପ୍ପଳ ଗଛ କୋରଡରେ
ଥିବା ପୋକ ଖାଏ ବୁଲବୁଲ୍।
ଅବଶ୍ଯ ବିହି ଆଉ
ମଟରଚଣା ପାଇଁ
ସାଥୀଙ୍କ ସହିତ ଲାଗେ ଝଗଡା।
ବୁଲବୁଲ୍ କଣ କରେ
ଦିନସାରା?
ଆମକୁ ଡରେ ନା ବୁଲବୁଲ୍,
ଶୁଖା ଘାସ ଆଉ ଛୋଟ ଛୋଟ
ଚାରା ଗଛର ପତଳା ଚେରକୁ ନେଇ
ତିଆରେ ବସା।
ବୁଲବୁଲ୍ ଉପରେ
କହିଲାବେଳେ ଦେଖ
ପାରୁ ନି ଯାଇ ଅନ୍ୟ ଆଡକୁ।
ଭରସା ନାଇଁ,
କେତେବେଳେ ବି
ପକାଇଦେଇପାରେ
ଅସୁବିଧାରେ କାହାକୁ ବି ।
ମୁଣ୍ଡରେ କଳା ରଙ୍ଗ ଥିବା
ବୁଲବୁଲକୁ ଥାଅ ସତର୍କ,
ଆକ୍ରମଣାତ୍ମକ ସୈନିକ ହୋଇପାରେ।
ପ୍ରତ୍ୟହ ବୁଲବୁଲକୁ
ଦେଖୁଛି ମୁଁ,
ଆଉ ଅଜଣା ଭୟରେ
ଆତଙ୍କିତ ମୁଁ ସବୁବେଳେ।
This poem has not been translated into any other language yet.
I would like to translate this poem