1.
କନଫର୍ମ କର ନାମ,
ଆଇସା କି ଆନନ୍ଦୀ
ଆଶୁତୋଷ କି ଆଦିତେଶ୍ୱର!
ଚିରସ୍ଥାୟୀ ଠିକଣା କୁହ କୋଉଠି!
ବଣରେ ନା ବାଣରେ!
ନଈକୂଳରେ ନା ମେଘଦାଢରେ!
ଜୀବନ କୋଉଠି ତୁମର?
ଭାତରେ କି ଭାରତରେ!
କନଫର୍ମ କର ଯାତ୍ରା,
ଯାଉଛ ନା ଆସୁଛ!
କନଫର୍ମ କର,
ପୋଡାମୁହଁକୁ
କୋଉଠି ରଖିଛ!
2.
କାହାର ଚାବି?
କିଏ ଜଗିଛି କଣ କୋଉଠି?
ଚାବି ହଜିଲେ କି ମିଳିଲେ
କେତେ କଣ ଲାଭ କି କ୍ଷତି?
ଚେତିରହ କି ରହ ଶୋଇ
କଣ ହେଉଛି ଏଥି?
କଣ ପାରିବ କରି କିଏ
ବଂଚି ଏଠାରେ?
This poem has not been translated into any other language yet.
I would like to translate this poem