1.
ସବୁ ହେଟା ମୂର୍ଦାରମାନେ,
ଆରୁ ହେମାନକରନେ
କଚ କଚ ହେଇକରି କେଁ ଫାଏଦା!
ହେମାନକରଯେ
ଆରୁ ପାଁଲିବା ଜୀବନ
ହେଟା ନେଇଁ କହିପାରେ କେନ।
2.
ଫେର ଭି କାହିଁ ଛାଡିହେବା?
ଗଛକେ ଛାଲି ବାଗିର ଲାଗିଛେ।
ଡାଁଗ ହେଇକରି ପାହାଡ ପର୍ବତ ବୁଲୁଛେ।
ହୁରହୁରିଆ ଧୁକାଥି ଦେହେମୁଡ ହଲୁଛେ।
ପାଖକେ ଆରେ ବଲୁଛେ,
ରକତ ଶୁଷି ନଉଛେ।
ଫେର ଭି କାହିଁ ଛାଡିହେବା?
ଶିକାର ଝୋଲ, ପାହାଡ ଖୋଲ,
ମୁନୁଷକେ ମଁଦାଙ୍ଗ,
ନେଇଁ ପାରଲେ ବଲୁଛେ
ଦେଖବୁ, ମାରମିକେଁ ଛଲାଙ୍ଗ।
କିଏ କାହାକେ କେତେବେଲେ
କେନ କେନ୍ତା ଧରିଛେ
ବତାବାରକାଜେ କେନ ଅଛେ?
This poem has not been translated into any other language yet.
I would like to translate this poem