ଆପଣା ମରଣ
ଗଜାନନ ମିଶ୍ର
ଆପଣା ମରଣ ନ ଜାଣୁ
ଆତ୍ମବଡିମା ପରିମାଣୁ - ଜଗନ୍ନାଥ ଦାସ
କଣ ଶୁଣୁଛୁ
କଣ କହୁଛୁ
କଣ କରୁଛୁ
ତତେ ଇ ଅଜଣା!
ଆଉ ସବୁ ଜାଣି
ତୁ ବଣା!
ଧନ୍ଯ ସମୟ ଗଣା।
ରେ କଣା,
କାହା ସହିତ ତୋର
ସଂଗ୍ରାମ କରିବାକୁ ଇଚ୍ଛା!
ନିଜ ଦେହକୁ ଜିଣି
ଦେଖା ପହିଲେ!
ପଡିଛୁ ଯେ
ପାରୁ ନୁ ଉଠି,
ମରଣ ବି ତତେ
ଦେଖୁଛି ଦୂରରୁ।
ଅପରକୁ କହୁଛୁ
ଧରରେ
ମାରରେ
ଆଉ ଆସୁଛୁ ଧାଇଁ
ରୁନ୍ଧି ରଖିବାକୁ ମତେ
ଯେବେ ମୁଁ ତୋ ଭିତରେ।
ତୁ ତତେ ଇ
ରଖେଇ ବସେଇ
ଦେଉ ନୁ କୋଉଠି ।
ଆଉ ପାରୁ ନୁ ରହି
ତୁ ନିଜେ ବି ତୋଠି।
ଆଉ ରହୁଛୁ ପଡି
ତୋ ନିଜ ହାତ
ଗୋଡ ମୁଣ୍ଡ ଛିଣ୍ଡାଇ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
25/9/2019
This poem has not been translated into any other language yet.
I would like to translate this poem
Life is the toy in the hands of time