ଦୁର୍ଭାଗ୍ୟ
ଗଜାନନ ମିଶ୍ର
(ସବୁ ସୁନ୍ଦର ସବୁ ନିରାପଦ ଭାବି ନେବା ହିଁ ଦୁର୍ଭାଗ୍ୟ - କବି ରାମକୃଷ୍ଣ)
କେତେ ବିପଦରେ ଆମେ
ଜାଣୁ ନା।
ସତରେ ଜାଣୁ ନା!
ମରଣ ଥାଇ ବି
ଏତେ ପାଖରେ
ବୁଦ୍ଧି ବଣା।
ଏବେ କେବେ
ହଲକା ହଲକା ଆସେ
ପବନ ଯେବେ
ଆମେ ଆମକୁ ବୁଝୁ ନା।
ଭୁଲିଯାଉଁ
ବରଫ ଭର୍ତ୍ତି ଏ ଜାଗା
ଆଉ ସେଇ ବରଫ ଭିତରେ
ଦଁ ଦଁ ନିଆଁ।
ଜାଣୁ ନା
ପାଣି ପିଇବାର ତରିକା
ଆଉ କଣ୍ଟାଝଟା ଆଡେଇ
ପାଦ ପକାଉଁ ଯେବେ
କେଉଁଆଡକୁ ନିଏ ଗୋଡ
ଆମକୁ ଅଜଣା।
ନିଜକୁ ନିଜେ ବି
ଆମେ ବିଶ୍ୱାସ କରୁ ନା।
ଆଉ ଥାଉଁ
ନିଜ ଭିତରେ ନିଜେ
ଅନ୍ଧାର କଣା।
ଆମେ ଆମର ଏମିତି
ଥାଉଁ ଆଉ ଯାଉଁ
ଥାଏ ବିପଦ
ସମୟକୁ ଗଣି ପାରୁ ନା।
ତପୋବନ, ଟିଟିଲାଗଡ, ବଲାଙ୍ଗୀର
01/01/2021
This poem has not been translated into any other language yet.
I would like to translate this poem