ପ୍ରିୟ ମଣିଷ- ଭାଷା Dear Men- Language Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ପ୍ରିୟ ମଣିଷ- ଭାଷା Dear Men- Language

Rating: 5.0

ଅନୁଭବ କର ଟିକିଏ,
ପ୍ରିୟ ମଣିଷ ମୋର।
ଏ ମାଟି ଆମର,
ଆମେ ମାଟିର,
ଆମେ ମାଟି।

ପ୍ରିୟ ମଣିଷ,
ପାଖରେ ରଖ
ନିଜର ଭାଷା।
ଭାଷା କୁହୁ,
ଭାଷା ମହୁ।
ଭାଷା ହିଁ
ନିଶ୍ୱାସପ୍ରଶ୍ୱାସ,
ଭାଷା ଉଚ୍ଛ୍ୱାସ,
ଭାଷା ଉଲ୍ଲାସ,
ଭାଷା ବିଶ୍ୱାସ,
ଭାଷା ପୀୟୂଷ,
ଭାଷା ପୁଣି
ମାଟି ଓ ଆକାଶ।

ପ୍ରିୟ ମଣିଷ,
ଭାଷାକୁ ନେଇ
ସବୁ ତୀର୍ଥ ସବୁ ବ୍ରତ,
ଭାଷା ବର୍ଷା ଟୋପା,
ଭାଷା ସମୁଦ୍ର।
ଭାଷାକୁ ରଖ, ପ୍ରିୟ ମଣିଷ,

ଭାଷା ଆଶିଷରେ
ତୁମର ହେଉଥିବ
ପୁଣି ପୁଣି ଜୀବନ୍ୟାସ।

ଭାଷା କାମରେ
ଥାଅ ବ୍ୟସ୍ତ, ପ୍ରିୟ ମଣିଷ।
ଭାଷାକୁ ବୁଣ,
ଭାଷାକୁ ରୁଅ, ବିହୁଡ,
ଭାଷାପ୍ରବଣ ଥାଅ,
ଭାଷା ନ ଛାଡ।
ଭାଷା, ହୁଏ ନା ଅଝଟିଆ,
ନୀରବରେ କରିଯାଏ
ଭାଷା କେତେ କେତେ କାମ,
ଆଉ ମଧୁର ମଧୁର କରେ
ତୁମ ଦିନ, ତୁମ ଜୀବନ।

ଭାଷାଥିଲେ
ସବୁ ଥାଏ ପୂର୍ଣ, ପ୍ରିୟ ମଣିଷ।
ନ ଥିଲେ ଭାଷା,
ସବୁ ଶୂନ୍ୟ, ସବୁ ଶୂନ୍ୟ।

POET'S NOTES ABOUT THE POEM
written in odia language, odia is the official language of Odisha India. It is about the importance of one's language
COMMENTS OF THE POEM
Gajanan Mishra 06 August 2018

ଭାଷା ହିଁ ପ୍ରାଣ, ଆତ୍ମା, ଜୀବନୀ ଶକ୍ତି, ପରିଚିତି ପ୍ରତିଟି ପ୍ରାଣୀର।

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success