ଅଭ୍ୟସ୍ତ
ଗଜାନନ ମିଶ୍ର
ଚୁପ୍ ରହିବାରେ
ଅଭ୍ୟସ୍ତ ଆମେ।
କଣ ହୋଇଛେ
କଣ ଥିଲେ ଦିନେ!
ତୁମେ ତୁମର
କରୁଥାଅ ବିକାଶ,
ଆମେ ଆମର
ହେଉଛୁଁ ନାଶ।
ଚାଉଳଚୂଡା
ପୋତୁଥାଅ ମାଟିରେ
ମରୁଥିଲାବେଳେ ଆମେ
ଏଠାରେ ଭୋକରେ।
ଟିକ୍ ଟାକ୍ ନାଚ ଦେଖାଅ
ଡାକ୍ତରଖାନାରେ,
ଦୁଃଖ ରୋଗ ଆମର
କହିଲେ ନ ସରେ।
ଛାତ ନାଇଁ ଆମଘରେ,
ଲକ୍ଷ ଲକ୍ଷ ଦିଅ ସାରି
ଫେସନରେ ତୁମ ଭବନ,
ଆମ ଟଙ୍କାରେ।
ଘରୁ ବାହାରିଲେ
ଆମକୁ ଦିଶୁ ନି ରାସ୍ତା,
ପିସି ନେଇ ନେଇ ଛେଚୁଛ
ଦେଖି ଦେଖି ଆମ ମରଣଅବସ୍ଥା।
ଆମର ଖାଇ ସବୁ
ନାଚୁଛ ଆମ ମୁଣ୍ଡରେ,
କହିଲେ କହୁଛ ମାଓବାଦୀରେ
ଭର ଶଳାକୁ ଜେଲରେ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
27/6/2019
This poem has not been translated into any other language yet.
I would like to translate this poem
Democracy is a mockery now, it is no more a govt of the people by the people for the people, rather in the name of democracy the so called leaders are exploiting.