1ବହିଷ୍କାର
ଗଜାନନ ମିଶ୍ର
କିଏ କରିବ
କାହାକୁ କେମିତି
ବହିଷ୍କାର,କରିବ
କୋଉଠୁ କଣ ପାଇଁ!
ପବନକୁ କହିବ କି
ଏଃ ଆ ନା ଏଆଡେ,
କହିବ ମେଘକୁ
ବର୍ଷା ପକା ନା ଏଇଠି,
ଆଦେଶ ଦେବ ସୂର୍ଯ୍ୟକୁ
ନ ପକାଇବାକୁ ଖରା!
ଖରାରେ ତିଆରି ଶରୀର,
ଶରୀର ଭିତରେ
ଧମନୀ ଶିରାପ୍ରଶିରା,
ସବୁକିଛି ଶରୀରରେ,
ଆଉ ଶରୀର ଚାଲିଛି
ବଦଳି ବଦଳି ଏଇଠି
ତୁହାକୁ ତୁହା।
ବଦଳି ଚାଲିଛି
ସ୍ୱର ଶବ୍ଦ ଭାଷା
ଆଉ ସବୁ ବଦଳ ଭିତରେ
ପ୍ରବଳ ବେଗରେ
ଚାଲିଛି ଯିବାଆସିବା।
କୋଉଠୁ କୋଉଠିକୁ
ନାହିଁ ଠିକଠିକଣା।
ଯିବାଆସିବା ମନା!
ଖାଇବା ପିଇବା ରହିବା
କଥାବାର୍ତ୍ତା ହେବା ମନ!
ମା ପାଇଁ ଭାଷା ପାଇଁ
ମାଟି ପାଇଁ ନିଜକୁ
ଉତ୍ସର୍ଗ କରିବା ମନା!
ତପୋବନ, ଟିଟିଲାଗଡ, ବଲାଙ୍ଗିର
26/6/2019
ମାଛି
2
ମାଛିକୁ ମାଛି ହିଁ
ହେବ କହିବାକୁ।
ମାତ୍ ଦେଇପାରେ ମାଛି
ଯଦିଓ ସିଂହକୁ, ହାତୀକୁ।
ବିଲୁଆର ଚାଲାକିରେ
ଯାଇ ଫଶିପାରେ ବି ମାଛି
ମାଙ୍କଡସାର ଜାଲରେ।
ମାଛି ଇ ମାଛି, ମାଛି।
This poem has not been translated into any other language yet.
I would like to translate this poem
Life is to love and not to harm anyone