ଘୋଟାଲା
ଗଜାନନ ମିଶ୍ର
1
କଣ ଏ ଘୋଟାଲା?
ସରକାରୀ ହୁଅନ୍ତୁ କି
ବେସରକାରୀ ଘୋଟାଲା ଇ
ସାଧାରଣ ଲୋକଙ୍କୁ
କରୁଛି ସ୍ୱାହା।
ଅଫିସର ଅମଲା
ଆଉ ରାଜନୀତିର ପାଲା,
ସମବାୟ, ଓମଫେଡ, ଚାରା,
ଦାମଙ୍କ ନାରା,
କିଏ କେମିତି, ଜାଣି ନି,
କିନ୍ତୁ ଖୋଜିବାରେ ବ୍ୟସ୍ତ
ସଭିଏଁ କୂଳକିନାରା।
2
ଏତେ ବର୍ଷ ପରେ
ଜାଣନ୍ତୁ ଲୋକେ
ରାଇଜଟା ହୋଇଛି
କେତେ ପୋଲା।
ଜାଣନ୍ତୁ ଲୋକେ
କେତେ ରଖିଛି
କାହାକୁ ଅନ୍ଧାରରେ
ବିଦେଶୀ ଭାଷା!
ରୋକଠୋକ୍ ଦାମ,
ଆସ ବାପଧନ,
ଏ ମାଟି ଦେହ
ନିଆଁରେ ମାଟିରେ
ପବନରେ ଆକାଶରେ
ପଳେଇଯିବା ଆଗରୁ
ରାଇଜର କରିଯାଅ
କିଛି ସତ୍ କାମ।
3
ମା ମାଟି ମାତୃଭାଷାକୁ
ବିରୋଧ କରୁଛି ଯିଏ,
ମୁହଁରେ ତାହାର
ଲଗାଇ ଦିଅ ଜୁଏ,
ସତ୍ୟ ଧର୍ମର ଶଙ୍ଖ ବଜାଇ
ଶଙ୍ଖାସୁରକୁ
ପାରୁଛ ତ କରିଦିଅ,
ଭସ୍ମ, ଦାମ।
ଯୋଉ ପାଦକୁ
ବଢାଉଛ ଆଗକୁ
ଫେରେଇ ନିଅ ନା ପଛକୁ।
ସତ୍ୟର ଜୟ ଶୁଭୁ,
କୋଉ ନୀଳବର୍ଣ ଶୃଗାଳର
ଆଦୁ ନୁହେଁ,
ଜନଗଣମନର ସଦା
ଜୟଗାନ ହେଉ।
This poem has not been translated into any other language yet.
I would like to translate this poem