ସ୍ୱଚ୍ଛତା
ଗଜାନନ ମିଶ୍ର
ସ୍ୱଚ୍ଛ ବୋଲି ଅଛି ଯାହା
ଏ ଯାଏ ହୋଇ ନି ଭେଟ
ଆଉ ଆଗକୁ ହେବ ଜାଣି ନି!
ତମେ ଯିଏ କହୁଛ ନିଜକୁ ମଣିଷ
ଆଉ ରଖିଛ କହୁଛ ସୌନ୍ଦର୍ଯ୍ୟର ଗନ୍ତାଘର
ପାରି ନି ମାପି କିଛି କାହାର!
କିଏ ଗୋଟେ କହିଦେଲା ଅଭିନୟ
ଆଉ ସେଇକଥାକୁ ମୁଣ୍ଡାଇ
କାହିଁ କେତେ ଦୂରରୁଭୟରେ
ତୁମେ ହେଉଛ ଭିତରୁ ବାହାର।
ପଚରାଉଚୁରା ନାଇଁ ଭଲମନ୍ଦ
ତାଟିକବାଟ ପକାଇ ଯାଉଛ ଧାଇଁ
କାହିଁ କୁଆଡେ ସବୁ ଋତୁଚକ୍ର ଏଡି।
ମୁଁ ନିଶ୍ଚିତ ତମେ ପାରି ନ ଜାଣି
ଶିଳ୍ପ ଆଉ ଶିଳ୍ପଜାତ ସବୁର ମୂଲ୍ୟ।
ପଢି ନ ଏମିତି ବହି ଯୋଉଠି ଲେଖା
ତୁମର ପ୍ରକୃତ ଆଗତ ଭବିଷ୍ୟତ!
ନିଶ୍ଚିତ ମୁଁ ଥଳକୂଳ ନ ଜାଣି ଅଛ
ତୁମେ ଇ ଏଠି ଆଉ ହମ ହମ ସଦା
ରଙ୍ଗସଭାକୁ କରିବାକୁ ଗୋଳିଆ।
ଏଇଟା କେମିତି ରହିବା ହେଉ ନି ବୁଝି
ଆକାଶ ସମୁଦ୍ର ସବୁ ଘୁଂଚି ଗଲାବେଳେ ପାଖରୁ!
ଚିତ୍ରବିଚିତ୍ରର ଏ ସବୁ କାରୁକଳା
ହୁଏ ତ କହିପାରେ କିଛି ଆହୁରି
ଥିବ ଯୋଉଠି ସତ୍ୟର ସରଳ ଆକାର।
ନା ଅଛି ଆଗପଛ ନା
କହୁଛି କିଏ ଥାଉ ଆଉ ଦେଖା ନା
ପ୍ରବେଶ ପ୍ରସ୍ଥାନର ମୂଳଭୂତ!
ତପୋବନ, ଟିଟିଲାଗଡ, ବଲାଙ୍ଗିର
22/01/2020
This poem has not been translated into any other language yet.
I would like to translate this poem