1.
ଖୁଜୁଛେ,
କାଣା ଖୁଜୁଛେଁ,
ନେଇଁ ଜାନି।
ପଉଛେଁ,
କେନ୍ତା ପଉଛେଁ,
ନେଇଁ ଜାନି।
ଖୁଜୁଛେଁ
ପଉଛେଁ
ଆରୁ ଇ ଭିତରେ
ଅଛୁ ତୁଇ।
ନେଇଁ ଜାନି
କିଛୁ କଥାନି
ଆରୁ ତୁଇ
ବଲୁଛୁ ନେଇଁ, ନେଇଁ।
2.
କାଣା ନେଇଁ?
ଭିତରକେ ଯିବାର
ଲୋକ ନେଇଁ।
ଆରୁ ଅଛନ
ଜେନ କେତେଟା
ଅନ୍ଧାରେ ବାଇ।
ଆଏଁକ ବୁଜଲେ
ଅନ୍ଧାର୍, ଜାନିଛେଁ।
ଅନ୍ଧାରକେ ଡର୍,
ଆରୁ ଡରହେ
ଘୁଟି ଆଏସି ନିଁଦ।
ନିଁଦ ଆଏଲେ
ଆଏସି ସପନ୍
ଆରୁ ସପନଥି ତୁଇ।
This poem has not been translated into any other language yet.
I would like to translate this poem