ମରି ମରି ଯାଉଥିବା
ଗୋଟେ ଭାଷାର ସ୍ଵର
କେମିତି ହୁଏ ମୁଁ
ଅନୁଭବୁଛି ଏବେ ।
ଗୋଟେ ପରେ ଗୋଟେ
ହଜୁଥିବା ମେଣ୍ଢାର କଲିଜା
କହେ କାମକୁ ନୁହେ
କେହି ଏଠାରେ ।
ଏତେ ସେତେ କହୁଥିବା
ଅର୍ଥ ପଚାରେ କୋଉଠି
ପହଂଚିଲା ବାହୁଡା ରଥ
କହି ପାରିବା ବାଲା କିଏ ।
ଆକାଶରେ ଉଡୁଥିବା ପକ୍ଷୀ
କହେ ମପାଯାଏ ନା କିଛି
କି ହୁଏ ନା ମାପି କେତେ କଣ
ଭିତରେ ଆଉ କେତେ କଣ ବାହାରେ ।
This poem has not been translated into any other language yet.
I would like to translate this poem